ଆନନ୍ଦପୁର,୨୦/୦୨: ଘସିପୁରା ବ୍ଲକ ବାତୋ ଗ୍ରାମରେ ପାନୀୟ ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ସମସ୍ୟାର ସମାଧାନ କରିବା ପାଇଁ ଗୁରୁବାର ଘସିପୁରା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ଭୀମ ଆର୍ମି ଏକତା ମିଶନ ଯୋଜନାର ମହିଳା ମାନେ । ଘସିପୁରା ବିଡିଓଙ୍କ ଠାରୁ ଆବଶ୍ୟକ ପ୍ରତିଶୃତି ମିଳିବା ପରେ ପ୍ରତ୍ୟାହୃତ ହୋଇଥିଲା ଧାରଣା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଏଭଳି ଘଟଣା ଘିଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ବାତୋ ଗ୍ରାମରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା । ସ୍ଥାନୀୟ ଲୋକେ ପାଣି ପାଇଁ ନଦୀରେ ଚୂଆଁ ଖୋଳି ସେଥିରୁ ପାଣି ସଂଗ୍ରହ କରିବା ଏବଂ ଦୁଇ କିଲୋମିଟର ଚାଲି ଚାଲି ଘରେ ପାଣି ପହଞ୍ଚାଇବା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ବାତୋ ଗ୍ରାମର ହରିଜନ ସାହି, ଦେହୁରୀ ସାହି, କୁମ୍ଭାର ସାହିର ଲୋକମାନେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ଗୁରୁବାର ଭୀମ ଆର୍ମି ଏକତା ମିଶନ ଯୋଜନାର ମହିଳା ମାନେ ଏକଜୁଟ ହୋଇଥିଲେ । ମହିଳା ମାନେ ଏକତ୍ରିତ ହୋଇ ଘସିପୁରା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଘସିପୁରା ବିଡିଓଙ୍କ ଠାରୁ ଆବଶ୍ୟକ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।